ବିଶ୍ୱରେ ହା ହା କାର ସୃଷ୍ଟି କଲାଣି କରୋନା । ରାଷ୍ଟ୍ର ପ୍ରମୁଖମାନେ ମଧ୍ୟ ଏହି କରୋନା ପ୍ରକୋପରୁ ବାଦ୍ ପଡ଼ୁନାହାନ୍ତି। ଗତକାଲି ବ୍ରାଜିଲ ରାଷ୍ଟ୍ରପତି ଜାଇର ବୋଲସୋନାରୋ କୋଭିଡ-19ରେ ସଂକ୍ରମଣ ହୋଇଥିଲେ । ଏହାପରେ ଆଜି ବୋଲିଭିଆର ଅନ୍ତରୀଣ ରାଷ୍ଟ୍ରପତି ଜେନିନ ଆଞ୍ଜ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସେ ନିଜେ ଏ ସମ୍ପର୍କରେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏଥିସହିତ ଭେନେଜୁଆଲାର ଦ୍ୱତୀୟ ପ୍ରମୁଖ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି।
ବୋଲିଭିଆର ରାଷ୍ଟ୍ରପତିଙ୍କୁ ମିଶାଇ ବୋଲିଭିଆ ପ୍ରଶାସନର ୩ ପ୍ରମୁଖ କ୍ୟାବିନେଟ ମନ୍ତ୍ରୀ କରୋନା ଟେଷ୍ଟ କରାଇଥିଲେ॥ ଟେଷ୍ଟ ରିପୋର୍ଟରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଏଇଡି ରୋକା ଏବଂ ପ୍ରେସିଡେନ୍ସ ମିନିଷ୍ଟର ୟେର୍କୋ ନୁନେଜ ରିପୋର୍କଟ ପଜିଟିଭ ଆସିଥିଲା। ସେମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ତେବେ ରାଷ୍ଟ୍ରପତି ଜେନିନ ଆଞ୍ଜ ଟେଷ୍ଟ ପରେ 14 ଦିନ ଧରି ଘରେ ସଙ୍ଗରୋଧରେ ରହିବେ। କିନ୍ତୁ ସେ ଘରେ ରହି କାମ କରିବେ ବୋଲି କହିଛନ୍ତି । ଏବେ ସେ ଦୃଢ଼ ଏବଂ ସୁସ୍ଥ ଅଛନ୍ତି ବୋଲି ଟ୍ୱିଟରରେ ପ୍ରକାଶ କରିଛନ୍ତି ।
ବ୍ରାଜିଲ, ଭେନଜୁଆଲା ଏବଂ ବୋଲିଭିଆର ରାଷ୍ଟ୍ର ପ୍ରମୁଖଙ୍କ ପୂର୍ବରୁ ଜୁନରେ ହୋଣ୍ଡୁରାନର ରାଷ୍ଟ୍ରପତି ଜିଆନିନ୍ ଓରଲାଣ୍ଡୋ କରୋନା ସଂକ୍ରମିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ସୂଚନାଥାଉ କି, ବୋଲିଭିୟାରେ ଏଯାଏ ୪୩ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୫ ଶହ ଲୋକଙ୍କ ଜୀବନ ଯାଇଛି।
8 comments
careprost vs generic careprost https://carepro1st.com/
buy generic priligy https://salemeds24.wixsite.com/dapoxetine
purchase hydroxychloroquine https://hydroxychloroquine.webbfenix.com/
watch winder smith.
then they complain about condensation forming inside the crystal.
great product
ivermectin pour on for horses
503 Service Unavailable
taking too much dapoxetine effects https://dapoxetine.confrancisyalgomas.com/