କରୋନାରେ ଆକ୍ରାନ୍ତ ବିଧାୟକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟେଲିଫୋନ୍ ଯୋଗେ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ସହ କଥା ହୋଇଛନ୍ତି। ଉଭୟ ବିଧାୟକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।
ଏହାସହ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲ୍ରେ ଥିବା ଆକ୍ରାନ୍ତଙ୍କ ସହ କଥା ହୋଇଛନ୍ତି ନବୀନ। ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ହସ୍ପିଟାଲ୍ର ପରିସ୍ଥିତି ଓ ଅନୁସଙ୍ଗିକ ସୁବିଧା ସୁଯୋଗ ବିଷୟରେ ସେ କଥା ହୋଇଥିଲେ।
ଏହାଛଡ଼ା କୋଭିଡ୍ ଯୋଦ୍ଧାଙ୍କ ସହ ବି ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ଟେଲିଫୋନ୍ ଯୋଗେ କଥା ହେବା ସହ ତାଙ୍କ ଅତୁଳନୀୟ ଅବଦାନକୁ ଭୁରୀ ଭୁରୀ ପ୍ରଶଂସା କରିଛନ୍ତି ନବୀନ।
2 comments
hydroxychloroquine pills for sale https://hydroxychloroquine.webbfenix.com/
ivermectin corona covid https://ivermectin.mlsmalta.com/