Odisha Khabar 24
Local Issues

କ୍ୱାରେଣ୍ଟିନ ସେଣ୍ଟରରେ ସେଲ୍‌ଫି ନିଶା

କ୍ୱାରେଣ୍ଟିନ ସେଣ୍ଟରରେ ସେଲ୍‌ଫି ନିଶା। ପ୍ରବାସୀ ଯୁବତୀଙ୍କ ସହ ଫଟୋ ଉଠାଇଲେ ଦାୟିତ୍ୱରେ ଥିବା ଦୁଇ ଅଧିକାରୀ। ସେଲଫି ଉଠାଇବା ବେଳର ଫଟୋ ଏବେ କନ୍ଧମାଳ ଜିଲ୍ଲାରେ ବେଶ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏଭଳି ଘଟଣା ଘଟିଛି ଜିଲ୍ଲାର କ.ନୂଆଗାଁ ଏକ କ୍ୱାରେଣ୍ଟିନ ସେଣ୍ଟରରେ।

ରାଜ୍ୟ ବାହାରୁ ଆସିଥିବା ଜଣେ ଯୁବତୀ କ୍ୱାରେଣ୍ଟିନ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହ ସେଲଫି ନେଇଥିଲେ। ଆଉ ଏହି ଫଟୋ ଭାଇରାଲ ହେବା ପରେ କ୍ୱାରେଣ୍ଟିନ ସେଣ୍ଟର ଭିତରେ କୋଭିଡ ଆଇନକୁ ଖୋଲାଖୋଲି ଉଲଂଘନ ହେଉଥିବା ଜଣାଯାଇଛି। ସେଲ୍ଫିରେ ଦୁଇ ଜଣ ଅଧିକାରୀ ସାମାଜିକ ଦୂରତା ରଖିନଥିବାବେଳେ କେଉଁ ପରିସ୍ଥିତିରେ  ଓ କେଉଁ କାରଣ ନେଇ ଯୁବତୀ ଜଣକ ସହ ସେଲଫି ନେଲେ ତାହା ଏବେ ସବୁଠୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏପରିକି ଅନ୍ୟ ଜଣେ ଅଧିକାରୀ କ୍ୱାରେଣ୍ଟିନ ସେଣ୍ଟର ଭିତରେ ମାସ୍କ ପିନ୍ଧି ନଥିବା ଦେଖିବାକୁ ମିଳିଛି। ଭିଏଲଡବ୍ଲୁ ପ୍ରଶାନ୍ତ କୁମାର ବେହେରା ଓ ନୋଡ଼ାଲ ଅଧିକାରୀ ଦାୟିତ୍ୱରେ ଥିବା ନିରଞ୍ଜନ ନାୟକ ଏହି ସେଲଫି ନେଇଥିବା ଜଣାଯାଇଛି। ଅନ୍ୟପଟେ ସେଲଫି ଫଟୋ ନେବା ଘଟଣାରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କ.ନୂଆଗାଁ ବିଡିଓ ମନୋଜ କୁମାର ତ୍ରିପାଠୀ କହିଛନ୍ତି।

Related posts

ED books Jet Airways’ Naresh Goyal, his wife in alleged money laundering case

Admin

Bengal man with dog’s photo on voter ID receives corrected card

Admin

ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ

Odisha Khabar 24

4 comments

dapoxetine for women November 14, 2020 at 11:29 am Reply
naltrexone coupons with prices November 18, 2020 at 1:41 pm

naltrexone coupons with prices https://naltrexoneonline.confrancisyalgomas.com/

Reply
hydroxychloroquine maculopathy November 19, 2020 at 8:34 am

hydroxychloroquine maculopathy https://hydroxychloroquine.webbfenix.com/

Reply
ivermectin tablets November 26, 2020 at 7:43 pm Reply

Leave a Comment