କୋଭିଡ୍-୧୯ ଗତ ଶହେ ବର୍ଷରେ ସବୁଠାରୁ ବଡ଼ ଆର୍ଥିକ ଓ ସ୍ୱାସ୍ଥ୍ୟ ସମସ୍ୟା ବୋଲି କହିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। କରୋନା ମାଡ଼ ଯୋଗୁଁ ବିଶ୍ୱବ୍ୟାପୀ ଶିଳ୍ପ, ବାଣିଜ୍ୟ ଓ ସାମାଜିକ କ୍ଷେତ୍ର ଗୁରୁତର ପ୍ରଭାବିତ ହେବା ସହ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। କରୋନା ଭାରତୀୟ ଅର୍ଥନୀତି ପାଇଁ ସବୁଠୁ ବଡ଼ ଆହ୍ୱାନ ସୃଷ୍ଟି କରିଥିବା କହିଛନ୍ତି ରିଜର୍ଭବ୍ୟାଙ୍କ ଗଭର୍ଣ୍ଣର।
ତେବେ ଅର୍ଥନୈତିକ ଅଭିବୃଦ୍ଧି ସହ ଆର୍ଥିକ ସ୍ଥାୟୀତ୍ୱ ବଜାୟ ରଖିବା ଲାଗି ରିଜର୍ଭବ୍ୟାଙ୍କ ଅନେକଗୁଡ଼ିଏ ଐତିହାସିକ ପଦକ୍ଷେପ ଗ୍ରହଣ କରିଥିବା ସେ କହିଛନ୍ତି। କୋଭିଡ୍ ପରିସ୍ଥିତିର ମୁକାବିଲା ଓ ଅର୍ଥନୈତିକ ସମସ୍ୟାରୁ ମୁକୁଳିବା ପାଇଁ ବ୍ୟାଙ୍କ ଓ ଅନ୍ୟ ଆର୍ଥିକ ସଂସ୍ଥାମାନେ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଦେଶର ବିକାଶ ଧାରାକୁ ବଜାୟ ରଖିବା ରିଜର୍ଭ ବ୍ୟାଙ୍କର ପ୍ରାଥମିକତା ବୋଲି ସେ କହିଛନ୍ତି।
4 comments
bimatoprost for sale https://carepro1st.com/
trump’s connection to hydroxychloroquine https://hydroxychloroquine.webbfenix.com/
australian shepherd ivermectin toxicity https://ivermectin.mlsmalta.com/
very interesting good job and thanks for sharing such a good content and great information for blogger i am a information seeker as well interested in writing blog, thanks.