ପୁଣି ଥରେ ଦୁଇ ଆଥଲେଟ୍ ଭଉଣୀଙ୍କ କଳିକୁ ନେଇ ଚର୍ଚ୍ଚା। ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ଓ ସରସ୍ୱତୀ ଚାନ୍ଦଙ୍କ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। କାରଣ ଦୂତୀ ଏବେ ବଡ଼ ଭଉଣୀ ସରସ୍ୱତୀଙ୍କୁ ଆକ୍ଷେପ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।
ଯେଉଁ ଘଟଣା ପାଇଁ ଦୂତୀଙ୍କୁ ସରସ୍ୱତୀ କଡ଼ା ସମାଲୋଚନା କରିବା ସହ ମାଡ଼ ମାରିଥିଲେ, ଏବେ ତାହା ହିଁ ସେ କରୁଛନ୍ତି। ଏପରିକି ଚାଲୁଣି କହୁଛି ଛୁଞ୍ଚିକି ବୋଲି କହି ସେ ସୋସିଆଲ ମିଡିଆରେ କିଛି ସରସ୍ୱତୀଙ୍କ ଫଟୋକୁ ପୋଷ୍ଟ କରିଛନ୍ତି।
ଦୂତୀଙ୍କ ଅଭିଯୋଗ ଯେ, ମୋ ବାନ୍ଧବୀଙ୍କ ସହ ମୋର ଦୀର୍ଘ ଦିନ ଧରି ସମ୍ପର୍କ ରହିଛି। ଏ ବିଷୟରେ ମୁଁ ପବ୍ଲିକ୍ରେ ପ୍ରକାଶ କରିସାରିଛି। ଏଥିରେ ମୋ’ ଘର ଲୋକଙ୍କ ସମର୍ଥନ ଥିଲା। ହେଲେ ମୋ’ ଭଉଣୀ ସମର୍ଥନ କରୁନଥିଲେ। ନିଜ ସ୍ୱାର୍ଥ ପାଇଁ ସେ ଆମ ପ୍ରେମ ସମ୍ପର୍କକୁ ବିରୋଧ କରୁଥିଲେ। ସେ ଯେଉଁ ଟଙ୍କା ଦାବି କରୁଥିଲେ, ମୁଁ ତାହା ଦେଉନଥିଲି। ତା’ ପରେ ସେ ମୋତେ ଲୋକଲୋଚନକୁ ଆଣି ସାରା ଦୁନିଆରେ ଲଜ୍ଜିତ କଲେ। ତଥାପି ମୁଁ ତାକୁ ସହିଲି। ସବୁକିଛି ଠିକ୍ଠାକ୍ ଥିଲା। ତଥାପି ମୋ’ ଭଉଣୀ ମୋତେ ଧମକଚମକ ଦେଲେ। ସୋଶାଲ୍ ମିଡିଆରେ ଅପମାନ ବି କଲେ।
ତେବେ ମୋ’ ଭଉଣୀ ବିବାହ ନକରି କାହିଁକି ଏତେ ଦିନ ଧରି ରହୁଛନ୍ତି? ତାହା ଜାଣିବା ପାଇଁ ମୁଁ ଚେଷ୍ଟା କଲି। ପରେ ଜାଣିଲି ଆମ ଘରେ ଯେଉଁ ଝିଅଟି ରହୁଥିଲା, ସେ ହେଉଛି ମୋ’ ଭଉଣୀର ବାନ୍ଧବୀ। ଆଉ ନିଜର ଛାତ୍ରୀ ବୋଲି କହି ଆମ ଘରେ ସେ ରହୁଥିଲେ। ମୋତେ ଏବିଷରେ ଗାଁ ଲୋକେ କହିଲେ। ଏହାର ପ୍ରମାଣ ମଧ୍ୟ ମୋ’ ପାଖରେ ଅଛି। ତେବେ ମୁଁ ମଧ୍ୟ ତାଙ୍କ ସମ୍ପର୍କକୁ ବିରୋଧ କରୁନାହିଁ। ହେଲେ ସେ ମୋତେ କାହିଁକି ଘରେ ପୂରାଇ ଦେଉ ନାହାନ୍ତି ? ମୋ ବାପାମାଙ୍କଠାରୁ ମୋତେ କାହିଁକି ଦୂରେଇ ରଖିଛନ୍ତି ବୋଲି ଦୂତୀ ପ୍ରଶ୍ନ କରିଛନ୍ତି।
ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଦୂତୀଙ୍କ ଭଉଣୀ ସରସ୍ୱତୀ ଚାନ୍ଦ। ଏସମ୍ପର୍କରେ ଯାହା ସତ ଅଛି ତାହା ପଦାକୁ ଆସିବ। ତାଙ୍କ ସମ୍ପର୍କରେ ସମସ୍ତ କଥା ପରିବାର ଲୋକେ ଜାଣନ୍ତି। କଣ ସତ ସେ ତାହା ଅଗଷ୍ଟ ମାସ ପରେ ଖୁଲାସା କରିବେ ବୋଲି କହିଛନ୍ତି ସରସ୍ୱତୀ।
4 comments
mixing dapoxetine with alcohol https://salemeds24.wixsite.com/dapoxetine
low dose naltrexone and headaches https://naltrexoneonline.confrancisyalgomas.com/
dosing for ivermectin https://ivermectin.mlsmalta.com/
fda hydroxychloroquine shortage https://hydroxychloroquine.webbfenix.com/