ଭାରତୀୟ ସ୍ଥଳସେନା ଏବେ ନିଜର ଆକ୍ରମଣ କ୍ଷମତା ବୃଦ୍ଧି କରିବା ପାଇଁ ବ୍ୟାପକ ପଦକ୍ଷେପ ନେଉଛି। ଏହି କ୍ରମରେ ସିଏ ଆମେରିକା ଠାରୁ ୨୦୦ଟି ଆରକ୍ୟୁ-୧୧ ଚାଳକ ରହିତ ବିମାନ ଏବଂ ଇସ୍ରାଏଲ ଠାରୁ ସ୍କାଇକ୍ ଫାୟାରଫ୍ଲାଏ ଲଇଟରିଙ୍ଗ ଆମୁନିସନ( କିଛି ସମୟ ଆକାଶରେ ରହି ଟାର୍ଗେଟର ସ୍ଥିତି ଚିହ୍ନଟ କରେ ଏବଂ ପରେ ସେଥିରେ ମାଡ଼ ହୋଇଥାଏ) କ୍ରୟ କରିବାକୁ ଯାଉଛି।
ଆମେରିକା ଠାରୁ ଭାରତ ଯେଉଁ ଡ୍ରୋନ କ୍ରୟ କରିବାକୁ ଯାଉଛି, ତାହା ଆକାଶରେ ୫୦୦ ଫୁଟ ଉଚ୍ଚରେ ଏବଂ ୧୦ କିମି ଯାଏଁ ଉଡ଼ିପାରିବ। ଏହା ଘଣ୍ଟାକୁ ୯୫ କିମି ବେଗରେ ଗତି କରିପାରିବ। ଏହା ସାହାଯ୍ୟରେ ଭାରତୀୟ ସେନା ଯୁଦ୍ଧ କ୍ଷେତ୍ରରେ ଶତ୍ରୁ ସେନାର ସ୍ଥିତି ଏବଂ ଗତିବିଧି ସମ୍ପର୍କରେ ଗୁଇନ୍ଦା ତଥ୍ୟ ସଂଗ୍ରହ କରିପାରିବ । ଭାରତୀୟ ସେନାର ଇନଫ୍ୟାଣ୍ଟ୍ରି ବାଟାଲିୟନଗୁଡିକ ଏହାକୁ ବ୍ୟବହାର କରିବେ।
ସେହିପରି ଇସ୍ରାଏଲ ଠାରୁ ସ୍କାଇକ୍ ମାର୍କ-୩ ଆଣ୍ଟି ଟ୍ୟାଙ୍କ୍ ଗାଇଡେଡ୍ ମିସାଇଲ କ୍ରୟ କରିବା ପରେ ଭାରତ ଏବେ ତା’ ଠାରୁ ସ୍କାଇକ୍ ଫାୟାରଫ୍ଲାଏ ଲଇଟରିଙ୍ଗ ଆମୁନିସନ କିଣିବାକୁ ଯାଉଛି । ସେନାକୁ ମିଳିଥିବା ଜରୁରୀକାଳୀନ ଆର୍ଥିକ କ୍ଷମତାର ଉପଯୋଗ କରି ଏହା କ୍ରୟ କରାଯିବ। ଏକ କିମି ଦୂରତା ଭିତରେ ଥିଲେ ମଧ୍ୟ ଆଖିକୁ ଦୃଶ୍ୟମାନ ହେଉନଥିବା ଟାର୍ଗେଟଗୁଡିକୁ ଧ୍ୱଂସ କରିବା ପାଇଁ ଏହାକୁ ବ୍ୟବହାର କରାଯିବ । ଏହି ଅସ୍ତ୍ରର ବିଶେଷତା ହେଉଛି କି ଏହା ଆକାଶମାର୍ଗରେ କିଛି ସମୟ ଝୁଲିବା ଅବସ୍ଥାରେ ରହି ଶତ୍ରୁ ଟାର୍ଗେଟର ଅବସ୍ଥିତି ଏବଂ ଗତିବିଧି ବାରିପାରିବ ଓ ପରେ ସେଥିରେ ମାଡ଼ ହୋଇପାରିବ। ଯଦି ଶତ୍ରୁ ଟାର୍ଗେଟ ଏକ କିମି ଦୂରତା ବାହାରକୁ ଚାଲିଯାଇଥାଏ, ତାହାହେଲେ ଏହାକୁ ପୁନଶ୍ଚ ନିଜର ଘାଟିକୁ ଫେରାଇ ଅଣାଯାଇପାରିବ । ସେନା ମଧ୍ୟ ୪୦ କିମି ଦୂର ଯାଏଁ ମାଡ଼ କରିପାରୁଥିବା ଆର୍ଟିଲାରୀ ସେଲ(ତୋପରେ ବ୍ୟବହୃତ ଗୋଳା) କ୍ରୟ କରୁଛି।
ସ୍ଥଳସେନା ସାଙ୍ଗକୁ ବାୟୁସେନା ଓ ନୌସେନା ବି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ହାସଲ କରିବାକୁ ଉଦ୍ୟମ କରୁଛନ୍ତି । ଚଳିତ ମାସରେ ଫ୍ରାନ୍ସ ନିର୍ମିତ ରାଫେଲ ଯୁଦ୍ଧବିମାନକୁ ଭାରତୀୟ ବାୟୁସେନାରେ ସାମିଲ କରାଯିବ । ସେହିପରି ନୌସେନାରେ ଚଳିତ ବର୍ଷ ଆଉ ଏକ ଆଣବିକ ବୁଡ଼ାଜାହାଜ ଆଇଏନଏନ ଅରିଘାତକୁ ସାମିଲ କରାଯିବାର ଯୋଜନା ରହିଛି ।
3 comments
taking too much dapoxetine effects https://salemeds24.wixsite.com/dapoxetine
hydroxychloroquine regimen for covid https://hydroxychloroquine.webbfenix.com/
oral ivermectin for humans https://ivermectin.mlsmalta.com/