କୋରନା ମହାମାରୀ ମୁକାବିଲା ପାଇଁ ଭାରତରେ ଦ୍ରୁତଗତିରେ ଭ୍ୟାକ୍ସିନ ବିକିଶତ କାର୍ଯ୍ୟରେ ଲାଗିଛନ୍ତି ବୈଜ୍ଞାନିକ। ଦୁଇଟି କମ୍ପାନୀ ଏହି ଦିଗରେ ଆଗୁଆର ରହିଛନ୍ତି। ଭ୍ୟକ୍ସନିର ହ୍ୟୁମାନ ଟ୍ରାଏଲ ପାଇଁ ୧୦ ହଜାର ସ୍ବେଚ୍ଛାସେବୀ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ଆଇସିଏମଆର ନିର୍ଦ୍ଦେଶ ବଳରାମ ଭାର୍ଗବ
କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ, ଗୃହମନ୍ତ୍ରଣାଳୟ ଓ ଆଇସିଏମଆର ପକ୍ଷରୁ କରାଯାଇଥିବା ପ୍ରେସମିଟରେ ଦେଶରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରଣାଳୟର ଅଧିକାରୀ ରାଜେଶ ଭୁଷଣ। ଦେଶରେ ୮୬ ପ୍ରତିଶତ କରୋନା ମାମଲା ୧୦ଟି ରାଜ୍ୟରେ ସୀମିତ ରହିଛି
ମହାରାଷ୍ଟ୍ର ଓ ତାମିଲନାଡୁରେ ଦେଶରେ ମୋଟ କରୋନା ମାମଲାରେ ୫୦ ପ୍ରତିଶତ ରହିଛନ୍ତି ବୋଲି କହିଛନ୍ତି ରାଜେଶ ଭୁଷଣ। ଭାରତରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୫୭ରହିଛି। ବିଶ୍ବରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟା ତୁଳନାରେ ଏହି ହାର କମ୍ ।
ସେହିପିର ଭାରତରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ କରୋନାରେ ମୃତ୍ୟୁ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୭.୨ ପ୍ରତିଶତ ରହିଛି।ବିଶ୍ବରେ ବାକି ଦେଶରେ ଏହି ହାର ୩୫ ଗୁଣା ଅଧିକ। ଭାରତରେ କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ ହାର ମେ ମାସରେ ୨୬ ପ୍ରତିଶତ ରହିଥିବାବେଳେ ଜୁଲାଇରେ ଏହା ୬୩ ପ୍ରତିଶତକୁ ବୃଦ୍ଧି ପାଇଥିବା କୁହାଯାଇଛି।
3 comments
successful hydroxychloroquine trials https://hydroxychloroquine.webbfenix.com/
priligy and viagra https://salemeds24.wixsite.com/dapoxetine
ivermectin german shepherd https://ivermectin.mlsmalta.com/