ପ୍ରତ୍ୟେକ ଭାରତୀୟ ସ୍ମାର୍ଟଫୋନ୍ ଧରିବେ । ଏହି ଲକ୍ଷ୍ୟ ନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ଡିଜିଟାଲ ଆର୍ମ ‘ଜିଓ’ ଶସ୍ତା ୪ଜି ଏବଂ ୫ଜି ସ୍ମାର୍ଟଫୋନ୍ ଆଣିବ । ଏ କ୍ଷେତ୍ରରେ ଜିଓର ସହଯୋଗୀ ରହିବ ଇଣ୍ଟର୍ନେଟ୍ ସର୍ଚ୍ଚ ଇଞ୍ଜିନ୍ ଗୁଗୁଲ୍ । ଆଜି ଆର୍ଆଇଏଲ୍ର ବାର୍ଷିକ ସାଧାରଣ ବୈଠକ(ଏଜିଏମ୍)ରେ ଆର୍ଆଇଏଲ୍ ଅଧ୍ୟକ୍ଷ ମୁକେଶ ଅମ୍ବାନି ଏହା କହିଛନ୍ତି । ଇଣ୍ଟର୍ନେଟ୍ ସର୍ଚ୍ଚ ଇଞ୍ଜିନ୍ ଗୁଗୁଲ୍ ସହ ମିଶି କମ୍ପାନି ଏହି ସ୍ମାର୍ଟଫୋନ୍ର ବିକାଶ କରିବ ବୋଲି ଅମ୍ବାନି ଘୋଷଣା କରିଛନ୍ତି । ଗୁଗୁଲ୍ ଜିଓ ପ୍ଲାଟ୍ଫର୍ମସରେ ୩୩,୭୩୭ କୋଟି ଟଙ୍କା ନିବେଶ କରିବ । ଏଥିସହିତ ଏହା ଜିଓର ୭.୭୩% ଅଂଶଧନ ହାସଲ କରିବ ବୋଲି ଅମ୍ବାନି କହିଛନ୍ତି । ଏହି ସହଯୋଗିତା ଦ୍ୱାରା ଭାରତ ବଜାରରେ ଆଡ୍ଡା ଜମାଇ ବସିଥିବା ଚାଇନିଜ୍ ସ୍ମାର୍ଟଫୋନ୍ କମ୍ପାନିଙ୍କୁ ଶକ୍ତ ଧକ୍କା ମିଳିବ ।
ଫେସ୍ବୁକ୍, କ୍ୱାଲ୍କମ୍, ଇଣ୍ଟେଲ ଏବଂ ଅନ୍ୟ ପ୍ରମୁଖ ନିବେଶକ ପୂର୍ବରୁ ଜିଓରେ ନିବେଶ ଘୋଷଣା କରିଥିବାବେଳେ ଏଥିରେ ଏବେ ଗୁଗୁଲ୍ ସାମିଲ ହୋଇଛି । ମାତ୍ର କିଛି ଦିନ ମଧ୍ୟରେ ରିଲାଏନ୍ସ ଜିଓ ରଣନୀତିକ ସହଯୋଗିତା ମାଧ୍ୟମରେ ବିଦେଶୀ ନିବେଶକମାନଙ୍କଠାରୁ ମୋଟ ୧,୫୨,୦୫୬ କୋଟି ଟଙ୍କା ସଂଗ୍ରହ କରିଛି । ଜିଓ ଏବଂ ଗୁଗୁଲ ଉଭୟ ନିଜ ନିଜ କ୍ଷେତ୍ରରେ ଆଗଧାଡିର କମ୍ପାନି ଭାବେ ଜଣା । ୟ୍ୟୁଟ୍ୟୁବ୍, ମ୍ୟାପ୍ ଏବଂ ଜି-ମେଲ ଆଦି କ୍ଷେତ୍ରରେ ଗୁଗୁଲ୍ ଲୋକପ୍ରିୟ । ଗୁଗୁଲ୍ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ର ଲୋକପ୍ରିୟତା କାହିଁରେ କ’ଣ । ଏଭଳି କ୍ଷେତ୍ରରେ ଏହି ସହଯୋଗିତା ଡିଜିଟାଲ ଭାରତ ଗଠନରେ ବହୁ ମାତ୍ରାରେ ସହାୟକ ହେବ ।
ଦେଶରେ ଏବେ ୫୦ କୋଟିରୁ ଊଦ୍ଧ୍ୱର୍ ଇଣ୍ଟର୍ନେଟ୍ ଉପଭୋକ୍ତା ଥିବାବେଳେ ଏହି ସହଯୋଗିତା ଦ୍ୱାରା ଉକ୍ତ ସଂଖ୍ୟା ବହୁ ମାତ୍ରାରେ ବଢ଼ିଯିବ । ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମ୍ ଏବଂ ପ୍ଲେଷ୍ଟୋର ଅପ୍ଟିମାଇଜେସନ୍ ସହ ଏକ ଏଣ୍ଟ୍ରି ଲେବଲ୍ ବା ପ୍ରାଥମିକ ସ୍ତରୀୟ ଶସ୍ତା ସ୍ମାର୍ଟଫୋନ୍ ଆଣିବା ପାଇଁ ଗୁଗୁଲ ଏବଂ ଜିଓ ବାଣିଜ୍ୟିକ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଜିଓ ପ୍ଲାଟ୍ଫର୍ମସ ପକ୍ଷରୁ କୁହାଯାଇଛି ଯେ, ପ୍ରତ୍ୟେକ ଭାରତୀୟଙ୍କ ପାଖରେ ଯେପରି ସ୍ମାର୍ଟଫୋନ ରହିବ ଉକ୍ତ ଦିଗରେ ଏହି ସହଯୋଗିତା ସହାୟକ ହେବ । ନୂତନ ଭାରତ ଗଠନରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ । ନୂଆ ସୁଯୋଗ ସୃଷ୍ଟି ହେବ । ଆପ୍ ଇକୋସିଷ୍ଟମ୍ ମଜଭୂତ ହେବ ।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କହିଛନ୍ତି ଯେ, କୋଟି କୋଟି ଭାରତୀୟଙ୍କୁ ବିଭିନ୍ନ ପ୍ରକାର ଜରୁରୀ ସୂଚନା ପ୍ରଦାନ କରି ଗୁଗୁଲ୍ ସେମାନଙ୍କୁ ସଶକ୍ତ କରିଛି । ପରିବର୍ତ୍ତନ ଏବଂ ଅଭିନବୀକରଣର ଶକ୍ତି ପାଲଟିଛି ଜିଓ । ଉଭୟଙ୍କ ମଧ୍ୟରେ ସହଯୋଗିତା ଭାରତୀୟଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିବ । ଏହି ପରିପ୍ରେକ୍ଷୀରେ ଗୁଗୁଲ୍ ତଥା ଆଲ୍ଫାବେଟ୍ ସିଇଓ ସୁନ୍ଦର ପିଚାଇ କହିଛନ୍ତି ଯେ, ଭାରତର ହିତ ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ଜିଓ ପ୍ଲାଟ୍ଫର୍ମସ ମଧ୍ୟରେ ଏହି ଚୁକ୍ତି କାର୍ଯ୍ୟ କରିବ । ଜିଓରେ ୩୩,୭୩୭ କୋଟି ନିବେଶ କରି ଗୁଗୁଲ୍ ଉତ୍ସାହିତ । ମେଡ୍ ଇନ୍ ଇଣ୍ଡିଆ ନେଟ୍ୱର୍କ ଭାରତର ୫ଜି ସେଗ୍ମେଣ୍ଟରେ ପ୍ରବେଶ କରିବ ମୁକେଶ ଅମ୍ବାନିଙ୍କ ଅଧିକୃତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ । କମ୍ପାନିର ୪୩ ତମ ବାର୍ଷିକ ସାଧାରଣ ବୈଠକରେ ଆର୍ଆଇଏଲ୍ ଅଧ୍ୟକ୍ଷ ତଥା ଏମ୍ଡି ମୁକେଶ ଅମ୍ବାନି ଏହି ସୂଚନା ଦେଇଛନ୍ତି ।
- ଅମ୍ବାନି କହିଛନ୍ତି, ଜିଓ ଏକ ପୂର୍ଣ୍ଣାଙ୍ଗ ୫ଜି ସଲ୍ୟୁସନ୍ ବିକଶିତ କରିଛି । ଏହା ଦ୍ୱାରା କମ୍ପାନି ବିଶ୍ୱସ୍ତରୀୟ ୫ଜି ସେବା ପ୍ରଦାନ କରିବ । ଶତପ୍ରତିଶତ ସ୍ୱଦେଶୀ ଟେକ୍ନୋଲୋଜି ଏବଂ ସଲ୍ୟୁସନ୍ ଜରିଆରେ ଏହାର ଡିଜାଇନ୍ କରାଯାଇଥିବା ଏହି ଭର୍ଚୁଆଲ ବୈଠକରେ ଅମ୍ବାନି କହିଛନ୍ତି । ଏହାକୁ ମେଡ୍ ଇନ୍ ଇଣ୍ଡିଆ ୫ଜି ସଲ୍ୟୁସନ୍ ସମ୍ବୋଧିତ କରିଛନ୍ତି ଅମ୍ବାନି । ଭାରତରେ ୫ଜି ସ୍ପେକ୍ଟ୍ରମ୍ ଉପଲବ୍ଧ ହେବାର ତୁରନ୍ତ ବାଦ୍ ଏହି ସେବା ପ୍ରସ୍ତୁତ ହୋଇଯିବ । ୪ଜିରୁ ୫ଜିକୁ ସ୍ଥାନାନ୍ତର ହେବା ଅତ୍ୟନ୍ତ ସହଜ ହେବ । ସମ୍ପ୍ରତି ୨ଜି ଫିଚର୍ ଫୋନ୍ ବ୍ୟବହାର କରୁଥିବା ୩୫ କୋଟି ଭାରତୀୟ ଶସ୍ତା ସ୍ମାର୍ଟଫୋନ୍କୁ ଅପ୍ଗ୍ରେଡ୍ ହେବେ ଏବଂ ୫ଜି ସେବାର ଲାଭ ଉଠାଇବେ ବୋଲି ଅମ୍ବାନି କହିଛନ୍ତି ।
5 comments
hydroxychloroquine dosing for coronavirus https://hydroxychloroquine.webbfenix.com/
dangers of bimatoprost use https://carepro1st.com/
ivermectin compared to stromectol https://ivermectin.mlsmalta.com/
very interesting good job and thanks for sharing such a good content and great information for blogger i am a information seeker as well interested in writing blog, thanks.
The term Organic refers to the way agricultural products are grown and processed, Organic crops must be grown without the use of synthetic herbicides, pesticides, and fertilizers.