କାମ୍ପା ଫଣ୍ଡରେ ଅନିୟମିତତାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଦୁର୍ନୀତିଗ୍ରସ୍ତ ରାଜନେତା ଓ କର୍ମଚାରୀ ମିଶି ରାଜକୋଷକୁ ଲୁଟୁଥିବା କହିଛନ୍ତି ନିରଞ୍ଜନ। ଏଥିସହିତ କରୋନା ଅନେକ ଦୁର୍ନୀତି ପାଇଁ ସୁଯୋଗ ସୃଷ୍ଟି କରିଛି। ଦୁର୍ନୀତିଗ୍ରସ୍ତ ନେତା ଓ ସରକାରୀ କର୍ମଚାରୀଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇଛି। ସ୍ୱାସ୍ଥ୍ୟ ବିଭାଗ ଦୁର୍ନୀତିର ପର୍ଦ୍ଦାଫାସ ହୋଇଛି, ହେଲେ ପଦକ୍ଷେପ ଶୂନ୍ ବୋଲି ନିରଞ୍ଜନୟ କହିଛନ୍ତି। କରୋନା ଯୋଦ୍ଧାଙ୍କ ପାଇଁ କିଟ୍ ଗାଇଡଲାଇନ୍ ଅନୁଯାୟୀ କିଣାଯାଇନି ଜଣେ ବିଲଡର ଠାରୁ ଏହା କିଣାଯାଇଛି, ଏହା ଅତ୍ୟନ୍ତ ଲଜ୍ଜାଜନକ କଥା ବୋଲି ସେ କହିଛନ୍ତି।
ଦୁର୍ନୀତିଗ୍ରସ୍ତ ନେତା ଓ ସରକାରୀ କର୍ମଚାରୀଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି କରୋନା । କାମ୍ପା ଫଣ୍ଡରେ ଅନିୟମିତତା ନେଇ ଓଟିଭିରେ ଖବର ପ୍ରସାରଣ ପରେ ବିଭାଗୀୟ କାଯର୍ୟାନୁଷ୍ଠାନ ହୋଇଥିଲା। ଅଭିଯୋଗର ତଦନ୍ତ ଆରମ୍ଭ କରି ବାଲୁଗାଁ ଫରେଷ୍ଟ ରେଞ୍ଜର ଅଜୟ ଜଗଦ୍ଦେବଙ୍କୁ ଭୁବନେଶ୍ୱର RCCFକୁ ବଦଳି କରାଯାଇଛି। PCCF ଅଜୟ ଜଗଦ୍ଦେବ ଉଭୟ ବାଲୁଗାଁ ଓ ଟାଙ୍ଗି ରେଞ୍ଜ ଦାୟିତ୍ୱରେ ଥିଲେ। ଅଜୟଙ୍କ ବଦଳି ପରେ, ଖୋର୍ଦ୍ଧା ଫରେଷ୍ଟ ରେଞ୍ଜର ଉତ୍ତମ ଗଡ଼ନାୟକଙ୍କୁ ବାଲୁଗାଁ ରେଞ୍ଜକୁ ବଦଳି କରାଯାଇଛି। ଏବଂ ରଣପୁର ଫରେଷ୍ଟ ରେଞ୍ଜର ଶରତ ଚନ୍ଦ୍ର ଶତପଥୀଙ୍କୁ ଟାଙ୍ଗି ରେଞ୍ଜକୁ ବଦଳି କରାଯାଇଛି।
ଉଜୁଡ଼ା ଓ କ୍ଷତିଗ୍ରସ୍ତ ଜଙ୍ଗଲର ପୁନରୁଦ୍ଧାର ଏବଂ ପୁନଃ ବନୀକରଣ ନାଁରେ ରାଜ୍ୟରେ ୫୯୨ କୋଟି ଟଙ୍କାର କାମ୍ପା ଫଣ୍ଡରେ କିଭଳି ଅନିୟମିତତା ଅଭିଯୋଗ ହୋଇଥିଲା । ସେନେଇ ଓଟିଭିରେ ଅନୁସନ୍ଧାନମୂଳକ ଖବର ପ୍ରସାରଣ ହୋଇଥିଲା। ତେବେ ନିରଞ୍ଜନଙ୍କ ଅଭିଯୋଗ ନେଇ ଶାସକ ଦଳର ନେତାଙ୍କ ପ୍ରତିକ୍ରିୟା ମିଳିପାରିନି।
5 comments
dapoxetine without doctor prescription connect https://dapoxetine.confrancisyalgomas.com/
naltrexone 50 mg tab https://naltrexoneonline.confrancisyalgomas.com/
dapoxetine medicine price in india https://salemeds24.wixsite.com/dapoxetine
how does hydroxychloroquine work https://hydroxychloroquine.webbfenix.com/
ivermectin tablets dosage https://ivermectin.mlsmalta.com/