ଓଡିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ୪ ସଦସ୍ୟ ଆଜି ଶପଥ ନେଇଛନ୍ତି। ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ସୁବାସ ସିଂହ, ମୁନ୍ନା ଖାଁ, ମମତା ମହାନ୍ତି ଏବଂ ସୁଜିତ କୁମାର ଆଜି ଶପଥ ଗ୍ରହଣ କରିଛନ୍ତି। ଏହି ୪ଜଣ ସାଂସଦ ଓଡ଼ିଆରେ ଶପଥ ନେଇଛନ୍ତି। ନବନିର୍ବାଚିତ ସାଂସଦଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କିଆ ନାଇଡ଼ୁ ଶପଥପାଠ କରାଇଛନ୍ତି ।
ତେବେ ରାଜ୍ୟସଭା ଅଧିବେଶନ ସ୍ଥଗିତ ରହିଥିବାରୁ ଅଧ୍ୟକ୍ଷ ଶ୍ରୀ ନାଇଡ଼ୁଙ୍କ ଚ୍ୟାମ୍ବରରେ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମାର୍ଚ୍ଚ ୨୬ରେ ୪ ଜଣ ସଦସ୍ୟ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ । ହେଲେ କରୋନା ଯୋଗୁ ଲକଡାଉନ ହେବାରୁ ଦିଲ୍ଲୀ ଯାଇ ଶପଥ ନେଇପାରିନଥିଲେ । ରାଜ୍ୟସଭାକୁ ନବନିର୍ବାଚିତ ଓଡ଼ିଶାର ଚାରି ଜଣ ସାଂସଦ ସମେତ ସମୁଦାୟ ୬୧ ଜଣ ଆଜି ସାଂସଦ ଭାବେ ଶପଥ ନେଇଛନ୍ତି ।
3 comments
hydroxychloroquine 200mg for lupus https://hydroxychloroquine.webbfenix.com/
bimatoprost generic usa https://carepro1st.com/
ivermectin package insert https://ivermectin.mlsmalta.com/