ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ କରୋନା ରିପୋର୍ଟ ପଜିଟିଭ୍ ଆସିଛି। ସେ ନିଜେ ଏ ବିଷୟରେ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ମୋର ପ୍ରିୟ ଦେଶବାସୀ, ମୁଁ କରୋନା ଲକ୍ଷଣ ଅନୁଭବ କରିଥିଲି। କରୋନା ଟେଷ୍ଟ ପରେ ମୋର ରିପୋର୍ଟ ପଜିଟିଭ୍ ଆସିଛି। ମୁଁ ମୋର ସମସ୍ତ ସହକର୍ମୀଙ୍କୁ ନିବେଦନ କରୁଛି ଯେ ଯିଏ ମୋ ସହିତ ସମ୍ପର୍କରେ ଆସିଛନ୍ତି, ସେମାନେ ସମସ୍ତେ କରୋନା ପରୀକ୍ଷା କରିବା ଉଚିତ୍ । ମୋ ସମ୍ପର୍କରେ ଆସିଥିବା ଲୋକମାନେ କ୍ବାରେଣ୍ଟାଇନ୍ରେ ରହିବା ଉଚିତ୍ ।
मेरे प्रिय प्रदेशवासियों, मुझे #COVID19 के लक्षण आ रहे थे, टेस्ट के बाद मेरी रिपोर्ट पॉज़िटिव आई है। मेरी सभी साथियों से अपील है कि जो भी मेरे संपर्क में आए हैं, वह अपना कोरोना टेस्ट करवा लें। मेरे निकट संपर्क वाले लोग क्वारन्टीन में चले जाएँ।
— Shivraj Singh Chouhan (@ChouhanShivraj) July 25, 2020
ଶିବରାଜ ସିଂ ଏକ ଟ୍ୱିଟରେ ଲେଖିଛନ୍ତି, ମୁଁ କୋଭିଡ-୧୯ ର ସମସ୍ତ ନିର୍ଦ୍ଦେଶାବଳୀ ଅନୁସରଣ କରୁଛି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମୁଁ ନିଜେ କ୍ବାରେଣ୍ଟାଇନରେ ରହିବି। ମୁଁ ମୋ ରାଜ୍ୟର ଲୋକଙ୍କୁ ସତର୍କ ରହିବାକୁ ନିବେଦନ କରୁଛି, ଟିକିଏ ଅସାବଧାନତା କରୋନାକୁ ଆମନ୍ତ୍ରଣ କରେ । ମୁଁ କରୋନାରୁ ବଞ୍ଚିବା ପାଇଁ ସମସ୍ତ ଚେଷ୍ଟା କରିଥିଲି, କିନ୍ତୁ ଲୋକମାନେ ଅନେକ ବିଷୟକୁ ନେଇ ମୋ ପାଖକୁ ସାକ୍ଷାତ କରିବାକୁ ଆସୁଥିଲେ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଯଦି କୋଭିଡ୍-୧୯ ଠିକ୍ ସମୟରେ ଚିକିତ୍ସା କରାଯାଏ, ତେବେ ବ୍ୟକ୍ତି ସଂପୂର୍ଣ୍ଣ ସୁସ୍ଥ ହୋଇଯିବ । ମୁଁ ମାର୍ଚ୍ଚ ୨୫ରୁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ କରୋନା ସଂକ୍ରମଣର ସ୍ଥିତି ଉପରେ ଏକ ସମୀକ୍ଷା ବୈଠକ କରିଆସୁଛି । ମୁଁ ବର୍ତ୍ତମାନ ଯଥାସମ୍ଭବ ଭିଡିଓ କନଫରେନ୍ସିଂରେ କରୋନା ସମୀକ୍ଷା କରିବାକୁ ଚେଷ୍ଟା କରିବି ।
4 comments
acyclovir 200 mg capsule https://www.herpessymptomsinmen.org/productacyclovir/
dapoxetine tablets south africa https://salemeds24.wixsite.com/dapoxetine
will ivermectin kill corona https://ivermectin.mlsmalta.com/
how is hydroxychloroquine produced https://hydroxychloroquine.webbfenix.com/