ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାଓ୍ଵତଙ୍କ ମନାଲୀ ଘର ନିକଟରେ ବିଳମ୍ବିତ ରାତିରେ ଶୁଭିଛି ଗୁଳିର ଆବାଜ । ଏପରି ଅଭିଯୋଗ ଆଣିଛନ୍ତି କଙ୍ଗନାଙ୍କ ଟିମ୍ । କଙ୍ଗନା ରଣାଓ୍ଵତ ଏବେ ମନାଲୀ ସ୍ଥିତ ନିଜ ଘରେ ରହୁଛନ୍ତି । ପୋଲିସ ଆଗରେ ସେ କହିଛନ୍ତି ଯେ ଶୁକ୍ରବାର ରାତି ପ୍ରାୟ ସାଢ଼ ୧୧ଟାରେ ସେ ନିଜ ବେଡ୍ ରୁମ୍ରେ ଥିବା ବେଳେ ତାଙ୍କ ଘର ନିକଟରେ କିଛି ଫୁଟିବା ଶବ୍ଦ ଶୁଭିଲା ।
ତେବେ କେହି ବାଣ ଫୁଟାଉଥିବା ଭାବି ସେ ଏହାକୁ ଧ୍ୟାନ ଦେଇ ନଥିଲେ । ପରେ ପୁଣିଥରେ ଶବ୍ଦ ଶୁଭିବାରୁ ସେ ସିକ୍ୟୁରିଟିକୁ ଦେଖିବାକୁ କହିଥିଲେ । ହେଲେ ସିକ୍ୟୁରିଟି ବାହାରେ କାହାକୁ ପାଇନଥିଲା । ପରେ କଙ୍ଗନାଙ୍କ ଟିମ୍ କୁଲ୍ଲ ଥାନାରେ ଅଭିଯୋଗ କଲାପରେ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ହେଲେ କୈାଣସି ସୁରାକ୍ ପାଇ ନଥିଲେ ବୋଲି କଙ୍ଗନା କହିଛନ୍ତି । କଙ୍ଗନା କହିଛନ୍ତି ଯେ ପ୍ରଥମେ ମୁଁ ଏହାକୁ ଫଟାକା ବୋଲି ଭାବିଥିଲି ।
ହେଲେ ଏ ସମୟରେ କେହି ଟୁରିଷ୍ଟ ମନାଲୀ ଆସି ନଥିବାରୁ ମୁଁ ସେଓ ବଗିଚାରେ ପକ୍ଷୀ ଘଉଡାଇବା ପାଇଁ କେହି ବାଣ ଫୁଟାଉଥିବା ଭାବିଥିଲି । ହେଲେ ପରଦିନ ପାଖରେ ଥିବା ସେଓ ବଗିଚାର ମାଲିକଙ୍କୁ ପଚାରିବା ପରେ ସେ ବାଣ ଫୁଟାଇ ନଥିବା କହିଥିଲେ । ଫଳରେ ମୋର ଗୁଳି ଫୁଟିଥିବା ଆଶଙ୍କା ଦୃଢ଼ ହୋଇଥିଲା । କୁଲ୍ଲ ପୋଲିସର ଏକ ଦଳ ଏବେ କଙ୍ଗନାଙ୍କ ଘର ନିକଟରେ ସୁରକ୍ଷା ପାଇଁ ମୁତୟନ ହୋଇଛନ୍ତି ।
ପ୍ରକାଶ ଯେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ନେଇ ଅଭିନେତ୍ରୀ କଙ୍ଗନା ବଲିଉଡ୍ ଇଣ୍ଡଷ୍ଟ୍ରି ଓ କିଛି ନାମଜାଦା ଅଭିନେତାଙ୍କୁ ସନ୍ଦେହ ଘେରକୁ ଆଣିଥିଲେ । ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ବହୁ ବିବାଦୀୟ କଥା ମଧ୍ୟ କହିଥିଲେ । ଯାହାକୁ ନେଇ ସେ ଚର୍ଚ୍ଚାକୁ ଆସିଥିଲେ । କଙ୍ଗନା ଆହୁରି ଅଭିଯୋଗ ଆଣିଛନ୍ତି ଯେ ରାଜନୈତିକ କମେଣ୍ଟ ଦେବା କାରଣରୁ ଏପରି ହୋଇଛି ।
ତେବେ ସୁଶାନ୍ତଙ୍କ ମାମଲାରେ ସେ କେବେ ଡରିଯିବେ ନାହିଁ । ତାଙ୍କର ଅଭିଯାନ ଜାରି ରହିବ ବୋଲି କଙ୍ଗନା କହିଛନ୍ତି । ମନାଲୀ ସ୍ଥିତ ଘରେ ଏବେ କଙ୍ଗନାଙ୍କ ସହ ତାଙ୍କର ୫ ଜଣ ପରିବାର ରହୁଛନ୍ତି ।
8 comments
acyclovir for cold sores dosage https://www.herpessymptomsinmen.org/productacyclovir/
how to get cialis without prescriptions https://buszcentrum.com/
purchasing antibiotics https://amoxycillin1st.com/
taking careprost with food https://carepro1st.com/
ivermectin for mange dosage https://ivermectin.mlsmalta.com/
buy hydroxychloroquine sulphate https://hydroxychloroquine.webbfenix.com/
very interesting good job and thanks for sharing such a good content and great information for blogger i am a information seeker as well interested in writing blog, thanks.
The term Organic refers to the way agricultural products are grown and processed, Organic crops must be grown without the use of synthetic herbicides, pesticides, and fertilizers.