Odisha Khabar 24
Other

ରାଜ୍ୟରେ କମିବ କି ସ୍କୁଲ ଫି? ଆଜି ହାଇକୋର୍ଟରେ ଶୁଣାଣି

ଭୁବନେଶ୍ବର: ରାଜ୍ୟରେ କମିବ କି ସ୍କୁଲ ଫି। ଏନେଇ ହାଇକୋର୍ଟରେ ଆଜି ଶୁଣାଣି ହେବ। ସ୍କୁଲ ଫି ହ୍ରାସ ପ୍ରସଙ୍ଗରେ ରାଜ୍ୟ ସରକାର ଦାଖଲ କରିଥିବା ସତ୍ୟପାଠର ସମସ୍ତ ପକ୍ଷ ପ୍ରତିଜବାବ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ସରକାର ପ୍ରତ୍ୟୁତ୍ତର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଏହି ପ୍ରସଙ୍ଗରେ ମଧ୍ୟବର୍ତ୍ତୀକାଳିନ ନିର୍ଦ୍ଦେଶନାମା ବଳବତ୍ତର ରହିବ । ଅର୍ଥାତ ସ୍କୁଲ ଫି ନ ଦେଇଥିଲେ ମଧ୍ୟ କୌଣସି ଛାତ୍ରଛାତ୍ରୀଙ୍କୁ ଅନଲାଇନ କ୍ଲାସରୁ ବାରଣ କରି ପାରିବେ ନାହିଁ ସ୍କୁଲ କର୍ତ୍ତୃପକ୍ଷ । ରାଜ୍ୟ ସରକାର କରିଥିବା ଏମଓୟୁ ଅନୁଯାୟୀ ଅଦାଲତ ନିଷ୍ପତ୍ତି ନେବାକୁ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ହୋଇଛି ।

ରାଜ୍ୟରେ ସ୍କୁଲ ଫି ପରିଚାଳନା ପାଇଁ କୌଣସି ଆଇନ ନଥିବା ପୂର୍ବରୁ ଅଦାଲତରେ ସ୍ପଷ୍ଟ କରିଥିଲେ ରାଜ୍ୟ ସରକାର । ଗତ ସେପ୍ଟେମ୍ବର ୧୦ ତାରିଖରେ ଏ ସଂକ୍ରାନ୍ତରେ ଏମଓୟୁ ସ୍ୱାକ୍ଷରିତ ହୋଇଥିବା ଓ ଫି ହ୍ରାସ ସେହି ଏମଓୟୁ ଅନୁଯାୟୀ ନିଷ୍ପତ୍ତି ନେବାକୁ ମତ ଦୋହରାଇଥିଲେ ସରକାର । ଓଡ଼ିଶା ଅଭିଭାବକ ମହାସଂଘ କରୋନା ପାଇଁ ଘରୋଇ ବିଦ୍ୟାଳୟ ଗୁଡିକରେ ସ୍କୁଲ ଫି ହ୍ରାସ କରିବାକୁ ଦାବି ରଖିଥିଲେ ।

 

Related posts

ଜେଇଇ ପରୀକ୍ଷାର୍ଥୀଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଗଣାରେ ବସ୍‌ ବ୍ୟବସ୍ଥା, ଜାଣି ରଖୁନ୍ତୁ ନୋଡାଲ ସେଣ୍ଟର ଅଧିକାରୀଙ୍କ ଫୋନ ନମ୍ବର

Odisha Khabar 24

କଟକରୁ ୧୬ କରୋନା ପଜିଟିଭ୍‌ ଚିହ୍ନଟ

Odisha Khabar 24

ହାତୀ ଦାନ୍ତ ଚୋରା ଚାଲାଣ ବେଳେ ୩ ଜଣଙ୍କୁ ଗିରଫ କଲା ଆନନ୍ଦପୁର ପୋଲିସର ଏକ ସ୍ବତନ୍ତ୍ର ଟିମ୍, ଗୋଡାଇ ଗୋଡାଇ ଧରିଲେ ଅଭିଯୁକ୍ତଙ୍କୁ

Odisha Khabar 24

Leave a Comment