କରୋନା ଟିକାକରଣ ପୂର୍ବରୁ ଆସନ୍ତାକାଲି ଦେଶର ସବୁ ଜିଲ୍ଲାରେ ଟିକା ଡ୍ରାଏ ରନ୍ କରାଯିବ । ଟିକାକରଣ ପୂର୍ବରୁ ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଦ୍ଧବର୍ଦ୍ଧନ । ଟିକାକରଣ ପ୍ରାରମ୍ଭରେ କୋଭିଡ୍ ଯୋଦ୍ଧାଙ୍କୁ ପ୍ରାଥମିକତା ଦିଆଯିବ । ଏହା ସହ ଟିକା ପ୍ରସ୍ତୁତରେ ସାମିଲ ହୋଇଥିବା ଡାକ୍ତର ଓ ବୈଜ୍ଞାନିକ ମାନଙ୍କୁ ସେ ସଲାମ୍ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଦେଶରେ ୩୦ ଲକ୍ଷ ଲୋକଙ୍କୁ ଟିକା ଦିଆଯିବ । ପୂର୍ବରୁ ୪ଟି ରାଜ୍ୟରେ ଓ ଗତ ୨ ତାରିଖରେ ସବୁ ରାଜ୍ୟରେ ଟିକା ଡ୍ରାଏ ରନ୍ ହୋଇଥିଲା ।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକରେ ଯୋଗ ଦେଇଥିଲେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ । ରାଜ୍ୟ ସରକାର ଟିକାକରଣ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ କାମ କରାଯିବ ବୋଲି କହିଛନ୍ତି ନବ ଦାସ । ଆସନ୍ତାକାଲି ପ୍ରତି ଜିଲ୍ଲାରେ ୩ଟି କେନ୍ଦ୍ରରେ ଡ୍ରାଏ ରନ୍ ହେବ । ଗୋଟିଏ ପିଏଚସି ଓ ସିଏଚସି ଏବଂ ମେଡିକାଲ କଲେଜରେ ଟିକା ରିହରସାଲ୍ ହେବ । ଟିକାକରଣ ପରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଲେ କଣ କରାଯିବ ସେନେଇ ଆଲୋଚନା ହୋଇଛି ।