Odisha Khabar 24
Other

ଗୃହିଣୀକୁ ରୋଜଗାରର ବାଟ ଦେଖାଇଲା ୟୁଟ୍ୟୁବ୍‌

ଏବେ ଜମାନା ସୋସିଆଲ ମିଡିଆର। ସୋସିଆଲ ମିଡିଆ ଯୁଗରେ ଲୋକମାନେ ଅନେକ କିଛି ଜାଣିପାରୁଛନ୍ତି ଏବଂ ଅନେକ କିଛି ଶିଖି ପାରୁଛନ୍ତି। ଦେଶ ଦୁନିଆର ଅନେକ କିଛି କଥାକୁ ଏବେ ଇଣ୍ଟରନେଟରେ ଦ୍ୱାରା ଲୋକମାନେ ଜାଣିପାରୁଛନ୍ତି। ଆଧୁନିକ ସମାଜରେ ଡିଜିଟାଲ ପ୍ଲାଟଫର୍ମ ଫଲୋ କରି ଅନେକ ଲୋକ ରୋଜଗାରକ୍ଷମ ହୋଇପାରୁଛନ୍ତି । ତେବେ ଡିଜିଟାଲ ପ୍ଲାଟଫର୍ମ ୟୁଟ୍ୟୁବକୁ ଫଲୋ କରି ଜଣେ ଗୃହିଣୀ ସ୍ୱାବଲମ୍ବୀ ହୋଇପାରିଛନ୍ତି।

ଆମେ ଆଜି ଯାହାଙ୍କ ବିଷୟରେ ଜଣାଇବୁ ସେ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଘଟଗାଁ ସନ୍ନିକଟ ନାକଝରୀ ଗ୍ରାମର ଶେଷ ନନ୍ଦନ ବଳଙ୍କ ପତ୍ନୀ ପ୍ରିୟମ୍ବଦା ବଳଙ୍କ କଥା। ସେ ଗୃହିଣୀ ହୋଇଥିବା ବେଳେ ଘର କାର୍ଯ୍ୟ କରିସାରିବା ପରେ ଅଧିକାଂଶ ସମୟ ଫାଙ୍କା ପାଇଥାନ୍ତି । ତେବେ ଏହି ଫାଙ୍କା ସମୟର ଦୁରୁପୋଜଗ ନକରି କିଛି କରିବା ପାଇଁ ମନବଳାଇଲେ ପ୍ରିୟମ୍ବଦା। ୟୁଟ୍ୟୁବ ମାଧ୍ୟମରେ କୁକୁଡା ଚାଷ ବାବଦରେ ଅବଗତ ହେବା ପରେ ପ୍ରଥମେ କେନ୍ଦୁଝରରୁ ୧୦୦ ଆର୍ସେଲ ପ୍ରଜାତିର କୁକୁଡା ଆଣି ଘର ବାଡି ଅଗଣାରେ ଏକ ଛୋଟିଆ ଘର କରି କୁକୁଡାର ଲାଳଣ ପାଳନ କରି ତାକୁ ବିକ୍ରି କେଲେ

ତେବେ ଯେଉଁ ଗୃହୀଣୀ ମାନେ ଫାଙ୍କା ସମୟ ପାଉଛନ୍ତି ତାର ସଦୁପେଯୋଗ କଲେ ସମସ୍ତେ ସ୍ୱାବଲମ୍ବୀ ହୋଇପାରନ୍ତେ ବୋଲି ସେ ମତ ଦେଇଛନ୍ତି। ବାସ୍ତବରେ ସବୁ ମହିଳାମାନେ ଯଦି ଏପରି ଭାବେ ଆତ୍ମନିର୍ଭରଶୀଳ ହୋଇପାରନ୍ତେ ତାହେଲେ ବୋଧହୁଏ ସମସ୍ତେ ରୋଜଗାରକ୍ଷମ ହୋଇପାରିବେ।

Related posts

ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ପାଇଁ ନିଅଣ୍ଟ ପଡ଼ିଲାଣି ଶଯ୍ୟା

Odisha Khabar 24

କରୋନା ପରେ ଏବେ ଆମେରିକାରେ ଭୟଙ୍କର ରୂପ ନେଉଛି ଆଉ ଏକ ସଂକ୍ରମଣ, ଚିନ୍ତା ବଢାଉଛି ପିଆଜ

Odisha Khabar 24

ସତୀଶ ମାନଶିନ୍ଧେଙ୍କୁ ନିଜର ଓକିଲ ରଖିଲେ ରିୟା, ପୂର୍ବରୁ ଲଢିସାରିଛନ୍ତି ସଲମାନ ଓ ସଞ୍ଜୟ ଦତ୍ତଙ୍କ କେସ୍

Odisha Khabar 24

Leave a Comment