Odisha Khabar 24
Other

ଆଜିଠୁ ରାଜ୍ୟରେ ବ୍ୟାପକ ହେବ ଟିକାକରଣ: ସବୁ ମେଡିକାଲ କଲେଜରେ ୫ଟି ଲେଖାଏଁ କେନ୍ଦ୍ର, ୨ ଶହ ଜଣଙ୍କୁ ଦିଆଯିବ ଟିକା

ଭୁବନେଶ୍ବର: ଗୋଟିଏ ଦିନର ବ୍ୟବଧାନ ଆଜିଠାରୁ ଜୋରଦାର ହେବ କୋଭିଡ୍‌ ଟିକାଦାନ ଅଭିଯାନ । ପ୍ରଥମ ଦିନରେ ୧୬୧ଟି କେନ୍ଦ୍ରରେ ଟିକାଦାନ ହୋଇଥିଲା । ଆଜି ଟିକାଦାନ କେନ୍ଦ୍ର ସଂଖ୍ୟାରେ ବୃଦ୍ଧି ହେବ । ଘରୋଇ ଓ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ୫ଟି ଟିକାଦାନ କେନ୍ଦ୍ର ରହିବ । ପ୍ରତି କେନ୍ଦ୍ରରେ ଏଥର ୧୦୦ ବଦଳରେ ୨ଶହ ଜଣଙ୍କୁ ଟିକା ଦିଆଯିବ ।

ପ୍ରଥମ ଦିନରେ ୧୩ ହଜାର ୯୮୦ ଜଣ ସ୍ୱାସ୍ଥ୍ୟ କର୍ମୀ ଟିକା ନେଇଛନ୍ତି । ଯାହା ଧାର୍ଯ୍ୟ ଲକ୍ଷ୍ୟର ୮୫ ପ୍ରତିଶତ । ପ୍ରଥମ ଦିନରେ ଟିକାଦାନ କାର୍ଯ୍ୟ ସଫଳ ହୋଇଥିଲା । କୌଣସି ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ଖବର ଏ ଯାଏ ଆସି ନାହିଁ । ଦେଶରେ ଦୁଇ ଦିନରେ ୨ ଲକ୍ଷ ୨୪ ହଜାର ୩୧୦ ଜଣଙ୍କ ଟିକାଦାନ ହୋଇଛି । ସେଥିରୁ କେବଳ ୪୪୭ ଜଣଙ୍କ ପାଖରେ ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ।

Related posts

ଶିଶୁଭବନ ୱ‌ାର୍ଡରେ କରୋନା ରୋଗୀ, ବିନା ଯାଞ୍ଚରେ ଚିକିତ୍ସା ପାଇଁ ଭର୍ତ୍ତି

Odisha Khabar 24

କରୋନା ସଙ୍କଟ ମଧ୍ୟରେ ବ୍ଲାକ୍ ମାର୍କେଟିଂ

Odisha Khabar 24

ନୂଆପଡା ଜିଲ୍ଲାର ସୃଷ୍ଟି ବଂଶଲ ୯୪ ପ୍ରତିଶତ ରଖି ହେଲେ ଜିଲ୍ଲା ଟପର

Odisha Khabar 24

Leave a Comment