ମାନକାନଗିରି: କଏଦୀଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ ଜେଲ କନଷ୍ଟେବଲ। ମାନକାନଗିରି ଜିଲ୍ଲା ଉପଖଣ୍ଡ ଜେଲ କର୍ମଚାରୀଙ୍କ ମହାନତା ପାଇଁ ଜଣଙ୍କ ଜୀବନ ବଞ୍ଚାଇପାରିଛି। ଜେଲରେ ବିଚାରାଧୀନ କଏଦୀ ଦୁରୁଆ ଲାଚା ଗୁରୁତର ହେବା ପରେ ତାଙ୍କ ପରିବାରକୁ ଖବର ଦିଆଯାଇଥିଲା। ତେବେ କଏଦୀଙ୍କ ପରିବାରର କେହି ନଆସିବାରୁ ଶେଷରେ ଜେଲର ଦୁଇ କନଷ୍ଟେବଲ ତାଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଛନ୍ତି।