Odisha Khabar 24
Other

ଆମେରିକା ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କୁ ପୁରୀ ବେଳାଭୂମିରେ ବାଲୁକାକଳା ଜରିଆରେ ଶୁଭେଚ୍ଛା

ଆସନ୍ତାକାଲି ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି ଭାବେ କମଲା ହାରିସ୍‌ ଶପଥ ଗ୍ରହଣ କରିବେ । ଏହି ଅବସରରେ ତାଙ୍କୁ ବାଲୁକାକଳା ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି ବିଶିଷ୍ଟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ସୁଦର୍ଶନ ଏକ ବିଶାଳ ବାଲୁକା ଚିତ୍ରକଳା ର୍ନିମାଣ କରିଛନ୍ତି । ଏହି ଚିତ୍ରକଳାରେ ଆମେରିକାର ଜାତୀୟ ପତକା ଓ ହ୍ଵାଇଟ ହାଉସକୁ ସ୍ଥାନ ଦେଇଛନ୍ତି । ସୁଦର୍ଶନଙ୍କ ବାଲୁକା ଚିତ୍ରକଳାର ଲମ୍ବ ୨୦ ଫୁଟ ଥିବାବେଳେ ଉଚ୍ଚତା ରହିଛି ୭ ଫୁଟ । ଏଥିପାଇଁ ସମୁଦାୟ ୧୪ ଟନ ବାଲି ବ୍ୟବହାର ହୋଇଛି । ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ ଜଣେ ଭାରତୀୟ ବଂଶୋବଭ ହୋଇଥିବାରୁ ଭାରତ ଆମେରିକା ମଧ୍ୟରେ ଭଲ ସଂପର୍କ ରହିବା ନେଇ ଆଶା ପ୍ରକାଶ କରିଛନ୍ତି ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏହାକୁ ଦେଖିବାକୁ ପୁରୀ ସ୍ୱର୍ଣ୍ଣାଭ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି ।

 

Related posts

Exclusive Interview With “Peacock Man” Grandson

Odisha Khabar 24

ଫ୍ଲିପକାର୍ଟକୁ ଟକ୍କର ଦେବାକୁ ଆମାଜନ ପ୍ରସ୍ତୁତ

Odisha Khabar 24

‘ବିବାହ ବଞ୍ଚାଇବାକୁ ମୁଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଚେଷ୍ଟା କରିବି, ମୁଁ ମୋ ଶାଶୂଘର ଛାଡି କୁଆଡେ ଯିବି ନାହିଁ’ : ବର୍ଷା ପ୍ରିୟଦର୍ଶିନୀ

Odisha Khabar 24

Leave a Comment